ନୂଆଦିଲ୍ଲୀ – ନୂଆଦିଲ୍ଲୀରେ ଥିବା ଥିବା ପାକିସ୍ତାନର ଦୂତାବାସର ଦୁଇଜଣ ଅଧିକାରୀଙ୍କୁ ତୁରନ୍ତ ଭାରତ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି । ଏମାନେ ଭାରତରେ ଗୁପ୍ତଚର ଭାବରେ କାମ କରୁଥିବା ଅଭିଯୋଗ ହୋଇଛି ।
ଏମାନେ ଭାରତ ବିରୋଧରେ କାମ କରୁଥିବା ବେଳେ ଭାରତର ଗୁଇନ୍ଦା ସଂସ୍ଥା ହାତରେ ଧରା ପଡ଼ିଥିଲେ। ଏମାନେ ଦିଲ୍ଲୀ ସଡକରେ ଖୋଲା ଖୋଲି ଭାବେ ବୁଲିବା ସହ ଗୁଇନ୍ଦା ଗରି କରୁଥିଲେ । ସବୁ ସ୍ଥାନରେ ନିଜକୁ ପାକିସ୍ତାନୀ ବଦଳରେ ଭାରତୀୟ ବୋଲି ପରିଚୟ ଦେଉଥିଲେ । ଭାରତ ସରକାର ଏମାନଙ୍କୁ ଅବାଞ୍ଚିତ ବ୍ୟକ୍ତି ଘୋଷଣା କରିବା ସହ ୪୮ ଘଣ୍ଟା ମଧ୍ୟରେ ଭାରତ ଛାଡିବା ପାଇଁ ନିର୍ଦେଶ ଦେଇଛନ୍ତି।
ଅଵିଦ ହୁସେନ (୪୨) ଏବଂ ତହିଁର ଖାଁ (୪୪) ନାମକ ଏହି ଦୁଇ ଜଣ ପାକିସ୍ତାନୀ ଗୁପ୍ତଚର ନକଲି ଭାରତୀୟ ନାଁ ଓ ଇଡେଣ୍ଟିଟି କାର୍ଡ ସହ ଦିଲ୍ଲୀ ସହର ରେ ଗୋଟେଇ କାର ସହ ଧରାପଡ଼ି ଥିଲେ I ଏଇ ଏସ ଏଇ ସହିତ ଏମାନଙ୍କ ସିଧା ସମ୍ପର୍କ ଥିବା ଜଣାପଡିଛି I
ଯଦିଓ ପାକିସ୍ତାନ ସରକାର ଏହି ଘଟଣା କୁ ସମ୍ପୂର୍ଣ ଅସତ୍ୟ ବୋଲି କହିଛନ୍ତି ,ଏହି ଗୁପ୍ତଚର ମାନଙ୍କୁ ସୋମବାର ସକାଳ ସୁଦ୍ଧା ଭାରତ ଛାଡି ଚାଲିଯିବା ପାଇଁ ନିର୍ଦେଶ ଦିଅ ଯାଇଛି I
୨୦୧୬ ମସିହାରେ ଏପରି ଦିଲ୍ଲୀ ରାସ୍ତାରେ ବୁଲି ଗୁଇନ୍ଦା ଗିରି କରୁଥିବା ସମୟରେ ଧରା ପଡିଥିବା ପାକିସ୍ତାନ ହାଇକମିଶନର ଦୁଇ ଜଣ ଅଧିକାରୀଙ୍କୁ ଦେଶରୁ ବିତାଡିତ କରାଯାଇଥିଲା । ମହମ୍ମୁଦ ଅଖତର ନାମକ ବ୍ୟକ୍ତିଙ୍କୁ ଦେଶ ଛାଡିବା ପାଇଁ ନିର୍ଦେଶ ଦିଆଯାଇଥିଲା । ତାଙ୍କୁ ପାକିସ୍ତାନ ପଠାଇ ଦିଆଯାଇଥିଲା ।
ତାଙ୍କୁ ଜେରା କରାଯିବା ସମୟରେ ସେ ପାକିସ୍ତାନର ବେଲୁଚ ରେଜିମେଣ୍ଟରେ କାମ କରୁଥିବା କହିଥିଲେ । ପରେ ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପାଇଁ କାମ କରିଥିଲା । ୨୦୧୩ ମସିହାରୁ ସେ ଭାରତ ଆସି ଗୁଇନ୍ଦା ଗିରି କରୁଥିଲା ।