ଘରେ କାମ କରୁଥିବା ଚାକରାଣୀଠାରୁ କରୋନା ସଂକ୍ରମଣ ; ୨୦ ସଂକ୍ରମିତ, କ୍ୱାରେଣ୍ଚାଇନରେ ୭୫୦..

0
63
Housemaid infected 20 people with coronavirus in Delhi
Article Top

ନୂଆଦିଲ୍ଲୀ, ୦୫|୦୬: ଦେଶର ରାଜଧାନୀ ନୂଆଦିଲ୍ଲୀରେ ଡେଲିଭରୀ ବୟ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ଜଣେ ଚାକରାଣୀଠାରୁ କରୋନା ସଂକ୍ରମଣ ବ୍ୟାପିଛି । ଦିଲ୍ଲୀର ରାମପୁର ପୀତମପୁର ଅଞ୍ଚଳରେ ୨୦ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ତଥା ବେଳେ ୭୫୦ରୁ ଅଧିକ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ କରାଯାଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଜିଲ୍ଲାପାଳ କହିଛନ୍ତି ଯେ, ମେ ୨୪ରେ ଚାକରାଣୀଙ୍କ ପାଇଁ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ଅନ୍ୟ ମାମଲା ସାମ୍ନାକୁ ଆସିବା ପରେ ପୀତମପୁର ଅଞ୍ଚଳକୁ ସିଲ୍ କରି ଦିଆଯାଇଥିଲା । ମହିଳା ଜଣକ ଜଣେ ବ୍ୟକ୍ତିଙ୍କ ଘରେ କାମ କରୁଥିଲେ । ଏହି ମହିଳାଙ୍କ ପାଇଁ ପ୍ରଥମେ ଜଣେ ଶିଶୁ ଓ ପରିବାରର ଅନ୍ୟ ସଦସ୍ୟ ସଂକ୍ରମିତ ହୋଇଥିଲେ ।

ଏହି ମହିଳାଙ୍କ ପାଇଁ ୨୦ରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇସାରିଛନ୍ତି । ଏହାସହ ୭୫୦ରୁ ଅଧିକ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । କ୍ୱାରେଣ୍ଚାଇନରେ ରହିଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହାସହ ଏହି ଅଞ୍ଚଳକୁ ସାନିଟାଇଜ୍ କରାଯିବା ସହ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ତେବେ ମାମଲା ଅଧିକ ବଢିବାର ଆଶଙ୍କା ରହିଛି ବୋଲି କୁହାଯାଉଅଛି ।

ଏହି ଘଟଣା ପରେ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୫ ହଜାର ଅତିକ୍ରମ କରି ୨୫୦୦୪ରେ ପହଂଚିବା ସହ ୬୫୦ଜଣଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here