ଶୁକ୍ରବାର ଦିନ ଦେଶବ୍ୟାପୀ ତାଲା ବନ୍ଦ ଆଉ ଦୁଇ ସପ୍ତାହ ବୃଦ୍ଧି କରିବା ପାଇଁ ନିଷ୍ପତି ନିଆଯାଇ ଥିବାବେଳେ ଗୃହ ମନ୍ତ୍ରଣାଳୟ ମଦ,ପାନ,ତମାଖୁ ଆଦି ବିକୁଥିବା ସ୍ୱତନ୍ତ୍ର ବ୍ୟପାରୀଙ୍କୁ ରେଡ୍ ଜୋନ୍ ସମେତ ସମସ୍ତ ଜୋନରେ ଅନୁମତି ଦେଇଛନ୍ତି । ମଦ ଦୋକାନଗୁଡିକ କଣ୍ଟେଣ୍ଟମେଣ୍ଟ ଜୋନ୍, ମଲ୍ ଏବଂ ମାର୍କେଟ କମ୍ପ୍ଲେକ୍ସରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ (ଏମଏଚଏ) ବିବୃତ୍ତିରେ କୁହାଯାଇଛି।
“ପରସ୍ପରଠାରୁ ସର୍ବନିମ୍ନ ଛଅ ଫୁଟ ଦୂରତା (୨ଗଜର ଦୂରତା ) ସୁନିଶ୍ଚିତ କରିବା ଏବଂ ଦୋକାନରେ ଏକ ସମୟରେ ୫ ରୁ ଅଧିକ ଲୋକ ଉପସ୍ଥିତ ନରହିବା ସୁନିଶ୍ଚିତ କରିବା”ଏହି ନିୟମକୁ ପାଳନ କରି ସମସ୍ତ ଜୋନରେ ଲିକୋର ଷ୍ଟୋର ଏବଂ ପାନ ଦୋକାନକୁ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବ ବୋଲିଗୃହ ମନ୍ତ୍ରଣାଳୟର (MHA) ବିବୃତ୍ତିରେ ଦର୍ଶାଯାଇଛି।
ଏହିପରି ବ୍ୟବସାୟରେ ଗ୍ରାହକଙ୍କ ଭିଡ଼କୁ ଏଡାଇବା ପାଇଁ କାରବାର ସମୟରେ କୌଣସି ଦୋକାନରେ ଏକ ସମୟରେ ପାଞ୍ଚରୁ ଅଧିକ ଲୋକ ଉପସ୍ଥିତ ନ ରହିବା ପାଇଁ ଗୃହ ମନ୍ତ୍ରଣାଳୟ ବିଶେଷ ଜୋର ଦେଇଛନ୍ତି |
୩ ମେ ଠାରୁ ଦୁଇ ସପ୍ତାହ ବର୍ଦ୍ଧିତ ତାଲାବନ୍ଦ ସମୟ ରେ ରେଡ୍ (RED ହଟସ୍ପଟ୍), ଗ୍ରୀନ୍(Green ) ଏବଂ କମଳା (Orange ) ଜୋନ୍ ଉପରେ ଆଧାର କରି କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ଏମଏଚଏ କିଛି ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି | ଏହି ନିର୍ଦ୍ଦେଶାବଳୀ ସବୁଜ ଏବଂ କମଳା ଜୋନରେ ପଡୁଥିବା ଜିଲ୍ଲାମାନଙ୍କରେ ଯଥେଷ୍ଟ କୋହଳ କରିବା ପାଇଁ ଅନୁମତି ଦିଆଯାଇଅଛି |
ଗୃହ ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ଅନାବଶ୍ୟକ କାର୍ଯ୍ୟକଳାପ ପାଇଁ ବ୍ୟକ୍ତିବିଶେଷଙ୍କ ଗତିବିଧି ସନ୍ଧ୍ୟା 7 ଟାରୁ ସକାଳ 7 ଟା ମଧ୍ୟରେ ବାଧ୍ୟତା ମୂଳକ ଭାବରେ ଯେପରି ବନ୍ଦ ରହିବ, ଏହାପ୍ରତି ବିଶେଷ ଦୃଷ୍ଟି ଦିଅଯିବ ।
ସଂକ୍ରାମକ କରୋନାଭାଇରସ୍ ରୋଗର ପ୍ରସାରକୁ ସୀମିତ ରଖିବାରେ ଲକ୍ଡାଉନ୍ ର ପୂର୍ବ ଅବଧିରେ ମିଳିଥିବା ଲାଭକୁ ଉତ୍ତମ ବିନିଯୋଗ କରିବା ପାଇଁ , ଏପରି ସମସ୍ତ ସ୍ଥାନ ଯେଉଁଠାରେ ଜନସମାରୋହ ହୋଇପାରେ ଯଥା ସିନେମା ହଲ୍, ମଲ୍, ଜିମ୍ ଏବଂ ରାଜନୈତିକ, ସାଂସ୍କୃତିକ ସମାବେଶ ସ୍ଥାନଗୁଡିକ ବନ୍ଦ ରହିବା ବୋଲି ଗୃହ ମନ୍ତ୍ରଣାଳୟ (ଏମଏଚଏ) ତରଫ ରୁ ଦର୍ଶାଇ ଦିଆ ଯାଇଅଛି I