ନୂଆଦିଲ୍ଲୀ -ବଢିଲା ଲକ୍ଡାଉନ୍- ଲକ୍ଡାଉନ୍ ୫.o ପାଇଁ ନିର୍ଦେଶ ଜାରି କଲେ କେନ୍ଦ୍ର ଗୃହମନ୍ତ୍ରାଳୟ । ଜୁନ୍ ୮ରୁ ଖୋଲିବ ରେଷ୍ଟୁରାଣ୍ଟ , ଧର୍ମାନୁଷ୍ଠାନ,ମଲ୍, ସ୍କୁଲ୍ ଖୋଲିବ ଏବଂ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି ।
କଣ୍ଟେନ୍ମେଣ୍ଟ୍ ଜୋନ୍ ବାହାରେ ସମସ୍ତ କାର୍ଯ୍ୟକୁ ଅନୁମତି ଦିଆଯିବ । କଣ୍ଟେନ୍ମେଣ୍ଟ ଜୋନ୍ରେ କେତକ କଟକଣା ରହିବ । ଏଠାରେ ଏସ୍ଓପିକୁ ପାଳନ କରାଯିବ ।
ଧାର୍ମିକସ୍ଥଳ , ହୋଟେଲ୍, ରେଷ୍ଟୁରାଣ୍ଟ, ଅନ୍ୟ ସେବା , ସପିଂ ମଲ୍ ଖୋଲିବ ତଥା ସାମାଜିକ ଦୂରତା ଓ ଅନ୍ୟାନ୍ୟ ସୁରକ୍ଷା ଜନିତ କଟକଣା ଜାରି ରହିବ । ଦେଶବ୍ୟପୀ ସେଲୁନ୍ ଖୋଲା ଯାଇପାରିବ ।
ସ୍କୁଲ, କଲେଜ୍, ଶିକ୍ଷାନୁଷ୍ଠାନ ଖୋଲିବା ବିଷୟରେ ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟଙ୍କ ସହ ବିଚାର ବିମର୍ଶ କରାଯିବ । ଏଥିପାଇଁ ଅଭିଭାବକମାନଙ୍କୁ କିପରି ସଚେତନ କରାଯିବ ସେ ବିଷୟରେ ଧ୍ୟାନ ଦେବା ପାଇଁ କୁହାଯାଇଛି । ବିଚାର ବିମର୍ଶ କରିବା ପରେ ଜୁଲାଇ ମାସରେ ଶିକ୍ଷାନୁଷ୍ଠାନ ଖୋଲିବକି ନାହିଁ ସେ ବିଷୟରେ ନିଷ୍ପତ୍ତି ନିଆଯିବ ।
ଅନ୍ତର୍ଜାତୀୟ ବିମାନ ଯାତ୍ରା, ମେଟ୍ରୋ ଟ୍ରେନ ଚଳାଚଳ, ସିନେମା ହଲ୍, ଜିମ୍ , ସୁଇମିଂ ପୁଲ୍ ମନୋରଞ୍ଜନ ପାର୍କ ଥିଏଟର୍, ବାର୍, ଅଡିଟୋରିୟମ୍ ବିଭିନ୍ନ ପ୍ରକାରର ଲୋକ ଏକାଠି ହେଉଥିବା କାର୍ଯ୍ୟ ଉପରେ କଟକଣା ରହିଛି । ପରିସ୍ଥିତି ହିସାବରେ ଏ ବିଷୟରେ ନିଷ୍ପତ୍ତି ନିଆଯିବ ।
ସୂଚନା ଯୋଗ୍ୟ – ଲକ୍ଡାଉନ୍ ୫.୦ରେ ଅନେକ କ୍ଷେତ୍ରରୁ ରିହାତି ଦିଆଯାଇଛି । ଯେପରି ଲକ୍ଡ଼ାଉନ୍ର ପୂର୍ବ ପର୍ଯ୍ୟାୟରେ ମଲ୍, ମଲ୍ଟିପ୍ଲେକ୍ସ, ପୂଜାପାଠ ସ୍ଥାନ ଏବଂ ରେଷ୍ଟୁରାଣ୍ଟ ଖୋଲିବା ଅନୁମତି ଦିଆଯାଇ ନଥିଲା, ପରେ ୪ର୍ଥ ପର୍ଯ୍ୟାୟରେ କିଛିଟା କୋହଳ କରାଯାଇଥିଲା I
ତେବେ ବିଭିନ୍ନ ରାଜ୍ୟର ପରାମର୍ଶକୁ ଭିତ୍ତି କରି କଣ୍ଟେନମେଣ୍ଟ ଜୋନ୍ରେ କଡା ଅବରୋଧ ଜାରି ରହିବ । ୧୩ ଟି ପ୍ରମୁଖ ସହର ମଧ୍ୟରେ ଯେଉଁଠାରେ କୋଭିଡ -୧୯ ମାମଲାର ଏକାଧିକ ସଂକ୍ରମଣ ରହିଛି ସେଠାରେ କିଛି ପ୍ରତିବନ୍ଧକ ରହିବ, ବୋଲି ସୂଚନା ମିଳିଛି ।