ବୟସର ପ୍ରଭାବ କମ୍ କରିବାରେ ଲାଭଦାୟୀ ସିଫୁଡ..

0
68
Article Top

ଜୁନ ୮ ତାରିଖରେ ବିଶ୍ୱ ମହାସାଗର ଦିବସ ପାଳନ କରାଯାଇଥାଏ | ଏହି ଦିନରେ ସମୁଦ୍ର ସ୍ୱଚ୍ଛତା ପାଇଁ ଲୋକଙ୍କୁ ସଚେତନ କରାଯାଇଥାଏ | ସମୁଦ୍ର ଆମକୁ ବହୁତ କିଛି ଦେଇଥାଏ | ସିଫୁଡ, ମୁଙ୍ଗା, ଅମ୍ଳଜାନ, ଭୋଜନ, ବାୟୁ ଇତ୍ୟାଦି ଆମକୁ ସମୁଦ୍ରରୁ ପ୍ରାପ୍ତ ହୋଇଥାଏ | ସମୁଦ୍ର ଜଳବାୟୁକୁ ଓ ପାଣିପାଗ ମଧ୍ୟ ନିୟନ୍ତ୍ରିତ କରିଥାଏ | ସମୁଦ୍ରରୁ ମିଳୁଥିବା ସିଫୁଡରେ ଭରପୁର ମାତ୍ରାରେ ପୋଷାକ ତତ୍ୱ ରହିଥାଏ, ବୃଦ୍ଧି ପାଉଥିବା ବୟସକୁ ମଧ୍ୟ କମ କରିଥାଏ ଅର୍ଥାତ ସିଫୁଡ ବାର୍ଦ୍ଧକ୍ୟ ହ୍ରାସ କରିବାରେ ସାହାଯ୍ୟ କରେ ବୋଲି କୁହାଯାଇପାରେ I

ସମୁଦ୍ରରୁ ମିଳୁଥିବା ଖାଦ୍ୟ ପଦାର୍ଥ, ଯେପରିକି ମାଛ, କଙ୍କଡା ଆଦିକୁ ସିଫୁଡ କୁହାଯାଇଥାଏ | ଚିଙ୍ଗୁଡ଼ି, କଙ୍କଡା, ବିଭିନ୍ନ ପ୍ରକାର ମାଛ, ଓଏଷ୍ଟର ଆଦି ସିଫୁଡ | ଏହିସବୁ ଖାଦ୍ୟ ମାଂସାହାରୀ ଖାଦ୍ୟ ଅଟେ |

ସିଫୁଡରେ ଅନେକ ପୋଷାକ ତତ୍ୱ ରହିଛି ଯାହା ସୁନ୍ଦର ଓ ସୁସ୍ଥ ଶରୀର ପାଇଁ ଆବଶ୍ୟକ ହୋଇଥାଏ | ଏହିସବୁ ପୋଷାକ ତତ୍ୱ ଅନ୍ୟ ଖାଦ୍ୟ ପଦାର୍ଥରେ ନଥାଏ | ସିଫୁଡରେ ସେଲେନିୟମ ଓ ଭିଟାମିନ -ଇ ପ୍ରଚୁର ପରିମାଣରେ ଉପଲବ୍ଧ | ତାଛଡା ସମୁଦ୍ରରୁ ମିଳୁଥିବା ଖାଦ୍ୟ ପଦାର୍ଥରେ ଉଚିତ ମାତ୍ରାରେ ପ୍ରୋଟିନ ମଧ୍ୟ ଥାଏ | ଏହିସବୁ ଖାଦ୍ୟ ପଦାର୍ଥରେ ଭିଟାମିନ-ଏ, ବି କମ୍ପ୍ଲେକ୍ସ, ଭିଟାମିନ-ଡି, ସେଲେନିୟମ, ଜିଙ୍କ, ଆୟୋଡିନ ଓ ଅଯରଣ ଭରପୁର ପରିମାଣରେ ଥାଏ | ଶରୀରରେ ବୟସ ପ୍ରଭାବ ରୋକିବା ପାଇଁ ଓମେଗା-୩ ଫେଟି ଏସିଡ ବହୁତ ଲଭଦାୟୀ ପ୍ରମାଣିତ ହୋଇଥାଏ | ମାଛରେ ପ୍ରଚୁର ପରିମାଣର ଓମେଗା-୩ ଫେଟି ଏସିଡ ଉପଲବ୍ଧ ଥାଏ |

ବିଶେଷଜ୍ଞମାନଙ୍କ ଅନୁଯାୟୀ, ଟୁନା ମାଛ, ଆର୍କଟିକ ଚାର ମାଛ, କାର୍ଡ, ଆଲାସ୍କା ସାଲମନ, ସର୍ଦିନେସ ଆଦି ମାଛ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ସ୍ୱାସ୍ଥ୍ୟକର | କାର୍ଡ ମାଛରେ ଫସଫରସ, ନିୟାସିନ, ଭିଟାମିନ-B 12 ପ୍ରଚୁର ପରିମାଣରେ ଥାଏ | ଆଲାସ୍କା ସାଲମନରେ ଓ଼ମେଗା-୩ ଫେଟି ଏସିଡ ପ୍ରଚୁର ମାତ୍ରାରେ ମିଳିଥାଏ ଯାହା ତ୍ୱଚା ପାଇଁ ଅତ୍ୟନ୍ତ ଲଭଦାୟୀ ଏବଂ ଏହା ତ୍ୱଚାରେ ବୟସର ପ୍ରଭାବ କମ କରିବାରେ ସାହାଯ୍ୟ କରିଥାଏ |
ତେବେ ସିଫୁଡ ପ୍ରେମୀମାନଙ୍କ ପାଇଁ ଏହା ଏକ ଶୁଭଖବର I

LEAVE A REPLY

Please enter your comment!
Please enter your name here